Passt nicht? Macht nichts! Sie können Artikel bis zu 30 Tage zurückgeben
Mit einem Geschenkgutschein können Sie nichts falsch machen. Der Beschenkte kann sich im Tausch gegen einen Geschenkgutschein etwas aus unserem Sortiment aussuchen.
Bis zu 30 Tage Rückgaberecht
ବ୍ୟକ୍ତିନିଷ୍ଠ ବିଷୟବସ୍ତୁକୁ ପରିତ୍ୟାଗ କରି କବିତାର ଭାବ ଯେବେ ବସ୍ତୁନିଷ୍ଠ ବିଷୟାବଳୀ ସହ ସଂଯୁକ୍ତ ହୁଏ, ତେବେ ତାହା ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିପାରିବାର ସାମର୍ଥ୍ୟ ରଖେ । ଜୀବନ କହିଲେ ଯେଉଁ ବ୍ୟାପ୍ତି, ଯେଉଁ ରହସ୍ୟମୟ ଅବବୋଧକୁ ଇଂଗିତ କରେ, ତାକୁ କବିତାର ବିଷୟବସ୍ତୁ କରିପାରିଲେ, ତାହା ପ୍ରତ୍ୟେକଙ୍କ ଅନ୍ତର୍ମନକୁ ସ୍ପର୍ଶ କରିପାରେ । ଡ. ରଥ, ତାଙ୍କର ଏହି କବିତା ସଂକଳନରେ ଜୀବନର ଅନେକ ଅବ୍ୟକ୍ତ ଅନୁଭବକୁ ଛୋଟଛୋଟ ସ୍ତବନ ମାଧ୍ୟମରେ ପରିପ୍ରକାଶ କରିଛନ୍ତି । ଜୀବନକୁ ଏକ ଦାର୍ଶନିକର ଦୃଷ୍ଟିଭଙ୍ଗୀରେ ଦେଖି ଦେଖାଇବାକୁ ଚେଷ୍ଟା କରିଛନ୍ତି । ତାଙ୍କ କାବ୍ୟ-ସ୍ୱରରେ ବୈଦିକ ଋଷିତୁଲ୍ୟ ନିର୍ଲିପ୍ତତା ଲକ୍ଷ୍ୟ କରାଯାଇପାରେ । ଦୁଃଖ-ସୁଖ, ସ୍ୱପ୍ନ-ସ୍ୱପ୍ନ ଭଂଗ, ଜୀବନ-ମୃତ୍ୟୁ ଆଦି ଅନେକ ଅବବୋଧ ଅଛି ଏ କବିତା ମାନଙ୍କରେ । ମାତ୍ର ଏସବୁର ଅଳୀକତାଠାରୁ ନିଜକୁ ବିଚ୍ଛିନ୍ନ କରି ଏକ ଉର୍ଦ୍ଧ୍ୱ ସ୍ତରରେ, ଏକ ସକାରାତ୍ମକ ସାର୍ଥକ ଦୃଷ୍ଟିଭଙ୍ଗୀ ସହ ଜୀବନକୁ ସାମ୍ନା କରିବାର ଆହ୍ୱାନ ବି ଅଛି । ଖୁବ୍ ସହଜ ସରଳ ଶବ୍ଦ ଏବଂ ଶୈଳୀ । ମାତ୍ର ଏହାର ପ୍ରଭାବ ଗଭୀର ।
ଡ. ରଥଙ୍କ ଏହି ସଂକଳନସ୍ଥ କେତେଗୁଡ଼ିଏ ପଂକ୍ତି ଆନ୍ଦୋଳିତ କଲା ।
୧) ଜୀବନ ବେଳାରେ ସୁଖର ଢେଉଟି
ସଦା ଆସେ ନାହିଁ ଫେରି
ହରଷ କାଳର ମଧୁର ସ୍ମୃତିଟି
ସଦା ପଡ଼େ ମନେ ଝରି (୧୧)
୨) ହସିଲା ମୁହଁରୁ ବୁଝନା ବଂଧୁ
ଦୁଃଖ ଯାଇଛି ଚାଲି
ଏତିକି ବୁଝିବ ଦୁଃଖକୁ ସିଏ
ହସରେ ଦେଇଛି ଗୋଳି (୯)
ସଂକଳନ 'ହେ ଜୀବନ' ପାଠକୀୟ ଆଦୃତି ଲାଭ କରି ସଫଳତା ଅର୍ଜନ କରୁ, ଏହା ହିଁ କାମନା ।
--ବଂଶୀଧର ଷଡ଼ଙ୍ଗୀ,"କବିତା ଘର", ଗୁହାଳପଡ଼ା, ନିମାପଡ଼ା, ପୁରୀ-୬
Hallo! Ich bin Libroamiko, dein Buchberater.
Wie kann ich dir helfen?