Passt nicht? Macht nichts! Sie können Artikel bis zu 30 Tage zurückgeben
Mit einem Geschenkgutschein können Sie nichts falsch machen. Der Beschenkte kann sich im Tausch gegen einen Geschenkgutschein etwas aus unserem Sortiment aussuchen.
Bis zu 30 Tage Rückgaberecht
ଏହି ପୁସ୍ତକଟି ପାଠକଙ୍କୁ ନେଇଯାଏ ଗଜପତି କପିଳେନ୍ଦ୍ରଦେବଙ୍କ ସହିତ ରାଜଧାନୀ କଟକର ବାରବାଟୀରୁ ତଦାନୀନ୍ତନ ଗମନାଗମନ ରାସ୍ତାର ଗଡ଼ଗୁଡିକରେ ରାତ୍ରିଯାପନ କରି ଗଜପତି ଜୀବନର ସମସ୍ତ ସାଫଲ୍ୟ କାହାଣୀ ଅବଗତ କରାଇ ପୁଣ୍ୟତୋୟା କୃଷ୍ଣାନଦୀ ତଟ ବିଜୟବାହୁଡା ଓଡ଼ିଆ ଗଡ଼କୁ । ଦିନେ ଯେ ସିଂହାସନରୁ ଅବତରଣ କରି ଗଜପତି ଛଅଜଣ ମହାପାତ୍ରଙ୍କ ସହିତ ବିଜୟବାହୁଡ଼ା ଗସ୍ତକରିବେ ଏବଂ ଅନ୍ତିମ ଶଯ୍ୟାରେ ନିଜର ସମସ୍ତ ଅଳଙ୍କାର ପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ କରି ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିବେ ଏହା ବିଧିର ବିଧାନ ଥିଲା । ଏହା ସହିତ ଅନ୍ତର୍ନିହିତ ଥିଲା ଗଜପତି ପରିବାର ପାଇଁ ଦାୟାଦ ଚୟନରେ ଜଗନ୍ନାଥଙ୍କର ସ୍ୱପ୍ନାଦେଶର ଫଳାଫଳ ।
ପଞ୍ଚଦଶ ଶତାବ୍ଦୀ ମଧ୍ୟଭାଗର ଓଡ଼ିଶା ରାଜ୍ୟଧାରଣ କରିଥିଲା ଦିଗବିଜୟରେ ମଣ୍ଡିତ ବିଶାଳ ସମ୍ରାଜ୍ୟ, ଧନଧାନ୍ୟରେ ପରିପୂର୍ଣ୍ଣ ରାଜ୍ୟର ରାଜକୋଷ, ସୁନ୍ଦର ସ୍ୱର୍ଣ୍ଣାଳଙ୍କାର-ଶୋଭିତ ଶ୍ରୀମନ୍ଦିରର ତ୍ରିମୂର୍ତ୍ତି ଏବଂ ପଡ଼ୋଶୀଙ୍କୁ ଆକର୍ଷଣ କଲାପରି ଆଦର୍ଶ ଓଡ଼ିଆ ଜୀବନ । ନିଜ କଳେବରରୁ ବ୍ୟାପ୍ତ ଅସୁମାରି ଗଡ଼ଗୁଡିକର ସୁପରିଚାଳନା, ସାମରିକ ଗତିବିଧି ଗଜପତିଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଥିଲା । ଓଡ଼ିଶାର ସୁବର୍ଣ୍ଣଯୁଗ ଆସିଥିଲା ଗଜପତି କପିଳେନ୍ଦ୍ରଦେବଙ୍କ ଦିଗବିଜୟ କାଳରେ (୧୪୩୫-୧୪୬୬ ମସିହା) ଯେତେବେଳେ ରାଜ୍ୟର ସୀମା ଉତ୍ତରରେ ଗଙ୍ଗାନଦୀରୁ ଦକ୍ଷିଣରେ କନ୍ୟାକୁମାରୀ ସ୍ପର୍ଶ କରିଥିଲା ।
ସମଗ୍ର ଭାରତ ଯବନ ଆକ୍ରମଣରେ ଅତିଷ୍ଠ ହେବାବେଳେ ସେହି ଗଜପତି ପଞ୍ଚଦଶ ଶତାବ୍ଦୀର ସର୍ବଶକ୍ତିମାନ ହିନ୍ଦୁ ସମ୍ରାଟ ଥିଲେ । ଓଡ଼ିଆ ପାଇକମାନଙ୍କର ଗଜପତି ବାହିନୀ ରାଜ୍ୟର ପ୍ରତିଦିଗକୁ ଦିଗ୍ବିଜୟ ଅପ୍ରତିହତ ରହିଥିବାବେଳେ, ରାଜ୍ୟର ଅଭ୍ୟନ୍ତରରେ ସମନ୍ୱିତ ହୋଇ ଗଢ଼ି ଉଠିଥିଲା ଓଡ଼ିଶା ରାଷ୍ଟ୍ର, ତେଜି ଉଠିଥିଲା ଓଡ଼ିଆ ଭାଷା ଆଉ ଆଧ୍ୟାତ୍ମିକ ଭାବରେ ଶ୍ରୀଜଗନ୍ନାଥ ପ୍ରକଟିତ ହୋଇଥିଲେ ଓଡ଼ିଶାର ରାଷ୍ଟ୍ରଦେବତା ଭାବରେ ।